• Read English
  • Read Odia
  • Read Hindi
  • Subscription
  • Freelance
  • Correspondent
Previous Next
Previous Next
  • ଘର
  • ଖବର
    • ରାଜ୍ୟ
    • ଜିଲ୍ଲା
    • ସହର
    • ଗ୍ରାମୀଣ
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳ
  • ଚାନେଲ
    • ଜିଟିଭି ଭାରତ ଓଡିଆ
    • GTV Bhaarat English
    • जीटीवी भारत हिंदी
  • ସମ୍ପାଦକୀୟ
  • ଅନୁଛେଦ
  • ଇ-କାଗଜ
  • ପ୍ରତିଯୋଗିତା
    • Debate
    • News Anc
    • GK
    • Dance
    • Arithmtcs
    • Song
    • Music
    • Writing
    • Drawing
    • Science Exhibition
    • Poet
  • ମନରଞ୍ଜନ
    • କମେଡି
    • ଓଲିଉଡ୍
    • ବଲିଉଡ
    • ହୋଲିଉଡ୍
    • ଟ୍ରଲିଉଡ୍
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ପୋଡକାଷ୍ଟ
  • ଯୋଗ ଦିଅନ୍ତୁ
    • ଯୋଗାଯୋଗ
    • ଫ୍ରିଲାନ୍ସ / ସମ୍ବାଦ ସହଯୋଗୀ
    • ସମ୍ବାଦଦାତା
    • ଲଗଇନ୍ କରନ୍ତୁ

ଜିଟିଭି ଭାରତ ଓଡିଆ       


HOME   ରାଜ୍ୟ

10-Nov-2026

ମୁଦ୍ରୀକରଣକୁ ପୂରିଲା ଦଶ ବର୍ଷ, ଆତଙ୍କବାଦ, ନକ୍ସଲବାଦର ସମାପ୍ତି ଓ ସୁଦୃଢ଼ ଅର୍ଥନୀତିକୁ ସମ୍ଭବ କରିଛି ବିମୁଦ୍ର୍ରୀକରଣ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, ତା.୦୯/୧୧: ବିମୁଦୀକରଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସାହସିକ ନିଷ୍ପତି ଉଗ୍ରବାଦୀଙ୍କ ନଗଦ ଅର୍ଥ ଯୋଗାଣରେ ବାଧା ସୃଷ୍ଟି କରିବା ସହ ପୁରୁଣା ଜାଲ୍ ନୋଟକୁ ଅଚଳ କରିବା ଏବଂ ଅର୍ଥ କାରବାରକୁ ବ୍ୟାଙ୍କ ଓ ଡିଜିଟାଲ ବ୍ୟବସ୍ଥା ମଧ୍ୟକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଅତୀତରେ ଓଡିଶାର ଜିଲ୍ଲାପାଳ ଓ ବିଧାୟକଙ୍କୁ ମଧ୍ୟ ନକ୍ସଲ ଅପହରଣ କରିବାର ଦୁଃସାହସ କରୁଥିଲେ। ବର୍ତମାନ ସେ ସ୍ଥିତି ଆଉ ନାହିଁ। ଏହା ପଛରେ ବିମୁଦ୍ରାୟନର ଏକ ବଡ ଅବଦାନ ରହିଛି। ହିସାବ ବାହାରେ ଥିବା ନଗଦ ଟଙ୍କା, ଜାଲ୍ ନୋଟ ଓ ହାୱାଲା କାରବାର ଦୁର୍ନୀତି ଏବଂ ହିଂସାକୁ ବଳ ଯୋଗାଉଥିଲା। ବିମୁଦ୍ରୀକରଣ ଏହି ବ୍ୟବସ୍ଥା ଉପରେ ନିର୍ଣାୟକ ଆକ୍ରମଣ କରିଥିଲା। ପରବର୍ତୀ ସୁରକ୍ଷା ଅଭିଯାନ, ବିକାଶମୂଳକ ପଦକ୍ଷେପ ଓ ଆର୍ôଥକ ସଂସ୍କାର ସହ ଏହାର ଅବଦାନକୁ ମଧ୍ୟ ମୂଲ୍ୟାୟନ କରିବା ଆବଶ୍ୟକ ବୋଲି ବିମୁଦ୍ରୀକରଣର ଦଶବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ, ବିମୁଦ୍ରୀକରଣ ହାୱାଲା କାରବାରକୁ ପ୍ରଭାବିତ କରିଥିଲା ଏବଂ ପାକିସ୍ତାନରେ ଛପା ହୋଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଉଚ୍ଚମାନର ଜାଲ୍ ନୋଟକୁ ତୁରନ୍ତ ଅଚଳ କରିଦେଇଥିଲା। ବିମୁଦ୍ରୀକରଣ ପରେ ବିଭିନ୍ନ ମାଓବାଦୀ ଗୋଷ୍ଠୀଠାରୁ ପ୍ରାୟ ୯୭.୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ଓଡିଶାରେ ମାଟିତଳୁ ମାଓବାଦୀଙ୍କ ଦ୍ୱାରା ପୋତା ଯାଇଥିବା ଅନେକ ଅଚଳ ଟଙ୍କା ଲୋକଲୋଚନକୁ ଆସିଥିଲା। ଉଗ୍ରବାଦୀଙ୍କ ଅର୍ଥ ଯୋଗାଣକୁ ବାଧା ଦେବାର ଏହି ପଦକ୍ଷେପ ମାଓବାଦ ବିରୋଧୀ ବ୍ୟାପକ ଅଭିଯାନର ଏକ ଅଂଶ ଥିଲା। ଦେଶରେ ମାଓବାଦୀଙ୍କ ଦ୍ୱାରା ଘଟାଯାଇଥିବା ହିଂସା ୨୦୧୦ରେ ୧,୯୩୬ଟି ଥିବାବେଳେ ଆଜି ମାଓବାଦ ପ୍ରଭାବିତ ତାଲିକାରେ ଆଉ କୌଣସି ଜିଲ୍ଲା ରହିନାହିଁ। ଏହା ହେଉଛି ସୁରକ୍ଷା ଅଭିଯାନ, ଗୁଇନ୍ଦା ସମନ୍ୱୟ, ରାସ୍ତା ଓ ଯୋଗାଯୋଗର ବିକାଶ, ପୁନର୍ବାସ ଓ ଦାରିଦ୍ର‌୍ୟ ଦୂରିକରଣ ସହ ବିମୁଦ୍ରାୟନର ମିଳିତ ସଫଳତା। ବିମୁଦ୍ରୀକରଣ ଉଗ୍ରବାଦୀଙ୍କ ଅର୍ଥବଳକୁ ଆଘାତ ଦେଇଥିଲା। ଆମ ସୁରକ୍ଷା ବାହିନୀ ଓ ନିରନ୍ତର ବିକାଶ କାର୍ଯ୍ୟ ଏହି ଲଢ଼େଇକୁ ଆଗକୁ ନେଇଥିଲା। ଓଡ଼ିଶାର ପୂର୍ବତନ ମାଓବାଦ ପ୍ରଭାବିତ ଅଂଚଳର ଲୋକଙ୍କ ପାଇଁ ଏହି ଶାନ୍ତି ଓ ସୁରକ୍ଷା ବିଶେଷ ମହତ୍ୱ ରଖେ ବୋଲି ଶ୍ରୀ ପଣ୍ଡା ମତ ପ୍ରକାଶ କରିଛନ୍ତି।
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣ ଓ ହିଂସା ଘଟଣା ୨୦୧୮ରେ ୨୨୮ରୁ ୨୦୨୫ରେ ୧୨କୁ ଖସିଛି। ବିଜେପି ସରକାରଙ୍କ ସାମଗ୍ରିକ ଆତଙ୍କବାଦ ବିରୋଧୀ ନୀତି ଯୋଗୁ ଆତଙ୍କବାଦ ଘଟଣା ୯୫ ପ୍ରତିଶତ ହ୍ରାସ ହୋଇଛି। ଆତଙ୍କବାଦୀଙ୍କ ଅର୍ଥ ଯୋଗାଣକୁ ରୋକିବା ଏହି ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।
ଜାଲ୍ ନୋଟ ସମ୍ପର୍କିତ ତଥ୍ୟ ମଧ୍ୟ ଉଲ୍ଲେଖନୀୟ ରହିଛି।  ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ବ୍ୟାଙ୍କ ବ୍ୟବସ୍ଥାରେ ଚିହ୍ନଟ ହୋଇଥିବା ଜାଲ୍ ନୋଟ ସଂଖ୍ୟା ୨୦୧୬–୧୭ରେ ୭,୬୨,୦୭୨ରୁ ୨୦୨୫–୨୬ରେ ୨,୨୯,୭୪୬କୁ ଖସିଛି। ଅର୍ଥାତ୍ ପ୍ରାୟ ୭୦ ପ୍ରତିଶତ କମିଛି। 
ଟିକସ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ପରିବର୍ତନ ଦେଖାଯାଇଥିଲା। ୨୦୧୭–୧୮ରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ୧୮ ପ୍ରତିଶତ ଏବଂ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ସଂଖ୍ୟା ୨୫ ପ୍ରତିଶତ ବଢ଼ିଥିଲା। ନୂଆ ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ପୂର୍ବ ବର୍ଷର ୮୫.୫୧ ଲକ୍ଷରୁ ପ୍ରାୟ ୧.୦୭ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୬ ନଭେମ୍ବରରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ଆୟକର ଚଢ଼ାଉରୁ ୯୦୦ କୋଟି ଟଙ୍କା ଜବତ ହୋଇଥିଲା ଏବଂ ପ୍ରାୟ ୭,୯୬୧ କୋଟି ଟଙ୍କାର ଅଘୋଷିତ ଆୟ ସ୍ୱୀକାର କରାଯାଇଥିଲା। ବିମୁଦ୍ରୀକରଣ ଓ ବ୍ୟାଙ୍କ ଜମା ତଥ୍ୟର ପରବର୍ତୀ ଯାଂଚ ଟିକସ ଅନୁପାଳନରେ ସହାୟକ ହୋଇଥିଲା।
ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟାଙ୍କ ଆକାଉଂଟରେ ୧.୬ରୁ ୧.୭ ଲକ୍ଷ କୋଟି ଟଙ୍କାର ଅସ୍ୱାଭାବିକ ନଗଦ ଜମା ଆକଳନ କରିଥିଲା ରିଜର୍ଭ ବ୍ୟାଙ୍କର ଏକ ଅଧ୍ୟୟନ। ଏହି ତଥ୍ୟ ଯାଂଚ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ବିମୁଦ୍ରୀକରଣଠାରୁ ୨୦୧୭ ଅକ୍ଟୋବର ମଧ୍ୟରେ ଆଉ ପାଂଚ କୋଟି ଜନଧନ ଖାତା ଖୋଲାଯାଇଥିଲା, ଯାହା ଅଧିକ ଲୋକଙ୍କୁ ବ୍ୟାଙ୍କ ସେବା ସହ ଯୋଡ଼ିଥିଲା ଓ ଏକ ସମାବେଶୀ ଅର୍ଥନୀତି ଗଢିବାରେ ସହାୟକ ହୋଇଥିଲା। ଦେଶର ଅନୌପଚାରିକ ଅର୍ଥ ବ୍ୟବସ୍ଥା ସଂଗଠିତ ଅର୍ଥ ବ୍ୟବସ୍ଥା ଦିଗରେ ଉତରଣ ବିମୁଦ୍ରାୟନର ସବୁଠାରୁ ବଡ ଉପଲବ୍ଧି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଏହି ବିମୁଦ୍ରୀକରଣ ଭାରତର ପରବର୍ତୀ ଡିଜିଟାଲ ପରିବର୍ତନକୁ ଆହୁରି ବ୍ୟାପକ କରିଛି। ୨୦୨୫–୨୬ରେ ୟୁପିଆଇ ମାଧ୍ୟମରେ ପ୍ରାୟ ୨୪,୧୬୨ କୋଟି କାରବାର ହୋଇଛି, ଯାହାର ମୂଲ୍ୟ ପ୍ରାୟ ୩୧୪ ଲକ୍ଷ କୋଟି ଟଙ୍କା। ବିମୁଦ୍ରୀକରଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଡିଜିଟାଲ ଦେୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇଥିଲା। ପରେ ୟୁପିଆଇ ବ୍ୟବସ୍ଥା, ସୁଲଭ ଇଂଟରନେଟ୍‌, ବ୍ୟାଙ୍କ ସେବାର ପ୍ରସାର ଓ ସରକାରୀ ପ୍ରୋତ୍ସାହନ ଏହାକୁ ଆଗକୁ ନେଇଛି।
ବିମୁଦ୍ରାୟନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିମୁଦ୍ରାୟନ ପଦକ୍ଷେପକୁ ସମର୍ଥନ କରି ଜାତୀୟସ୍ତରରେ ପ୍ରଶଂସା ସାଉଁଟିଥିଲେ। ବର୍ତମାନ କୌଣସି ସୁବିଧାବାଦୀ ରାଜନୀତିର ଶୀକାର ନ ହୋଇ ସେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରାୟନ ନିଷ୍ପତିକୁ ପୁନଃସମର୍ଥନ ଜଣାଇବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ କରିଛନ୍ତି।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

18
ବିଜ୍ଞାପନ

ଶ୍ରୀ ଶ୍ରୀ ମଝିଘରିଆଣୀ ..

National Press Day Wishes..

LOCAL SELF GOVT. DAY 2025..

SRI ADITYA HONDA..

Previous Next

Advertisement..

Chaiti - 2025..

..

..

Previous Next

Follow Us

Follow

Us

Follow

Us

Follow

Us

Follow

Us

ରାଜ୍ୟ

କେନ୍ଦ୍ର ଏନଡିଏ ସରକାର ନାଲକୋକୁ ରà..

ଜିଲ୍ଲା

ରାୟଗଡ଼ରେ ଜିଲ୍ଲାସ୍ତରୀୟ ଏକୀକୃତ..

ସହର

ବିର୍ସାମୁଣ୍ଡାଙ୍କ ଜୟନ୍ତୀରେ ଯୋଗ..

ଗ୍ରାମୀଣ

ଶିକ୍ଷାର ମାନବୃଦ୍ଧି ଲକ୍ଷ୍ୟରେ ୟà­..

ଜାତୀୟ

ରାଜନୈତିକ ଷଡଯନ୍ତ୍ର | BJP ଫସିଲା | ସମ..

ଅନ୍ତର୍ଜାତୀୟ

ଗାଁ ରୁ ସହର, ଜିଲ୍ଲା, ରାଜ୍ଯ, ଦେଶ ଓ à..

ଖେଳ

ଏକଦିବସୀୟ ବିଶ୍ବକପ; ଆଜି ଭାରତ-ପାକ..

ସମ୍ପାଦକୀୟ

ଜିଟିଭି ଭାରତ ଓଡିଆ ର ସାମ୍ବାଦିକ ତ..

ଅନୁଛେଦ

4 ଦଶନ୍ଧି ଧରି ଉପେକ୍ଷିତ ଓଡ଼ିଶା ସାà¬..

ସ୍ୱାସ୍ଥ୍ୟ

ଭାରତରେ ୪.୯% ଶିଶୁ ଓ କିଶୋର କିଡ୍‌ନà..

ବ୍ୟବସାୟ

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତରà..

ପୋଡକାଷ୍ଟ

Suprabhat..

ବିଜ୍ଞପ୍ତି

ଜିଟିଭି ଭାରତ ଓଡିଆ ପ୍ରତିନିଧି କହି ତାଙ୍କ ଦ୍ବାରା କୌଣସି ଅପ୍ରିତିକର କାର୍ଯ୍ଯ ହୁଏ ବା ସେ କରନ୍ତି ସେଥିପାଇଁ ଜିଟିଭି ଭାରତ ଓଡିଆ ସମ୍ପାଦକ ଦାୟୀନୁହନ୍ତି |   (12-Apr-2026 07:08:00 PM) | ଚୈତନ୍ଯ କାଲସାଇ ବଲାଙ୍ଗୀର ଜିଲ୍ଲାପ୍ରତିନିଧିଭାବେ ଖବର ପ୍ରେରଣ କରିବାକୁ ସଂସ୍ଥା ଠାରୁ ପରିଚୟପତ୍ର ନେଇଥିଲେ | କୌଣସି କାର୍ଯ୍ଯ ନକରିବାରୁ ତାଙ୍କୁ ଦିଆଯାଇଥିବା ପରିଚୟପତ୍ର ଓ କାର୍ଡକୁ ଆଜ ତା 12.04.2026 ରିଖରୁ ରଦ୍ଧ କରିଦିଆଗଲା |    (12-Apr-2026 07:05:00 PM) | ବିଶେଷ ସୂଚନା-ଆପଣଙ୍କୁ ଅନୁରୋଧ, ଯଦି ଆଗକୁ ନିୟମିତ ଭାବେ ସାମ୍ବାଦିକତା କରିବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲଗିନ୍ ଆଇଡି ସୃଷ୍ଠି କରନ୍ତୁ |   (06-Sep-2022 10:57:00 PM) | ସଂକ୍ଷାଧିକ ନ୍ଯୁଜ ନିୟମିତ ପୋଷ୍ଟ କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତୁ |   (06-Sep-2022 10:56:00 PM) | ଅଧିକ ଜାଣିବା ପାଇଁ ଓ୍ବେବ୍ ସାଇଟ୍ ଗାଇଡ୍ ଲାଇନ୍ ଦେଖନ୍ତୁ   (06-Sep-2022 10:55:00 PM) | ଅକ୍ଟୋବର ପହିଲାରୁ ହ୍ବାଟ୍ସ୍ ଆପ୍ ର ଲେଖା ଗ୍ରହଣ କରାଯିବ ନାହିଁ |   (06-Sep-2022 10:49:00 PM) | ସୂଚନା : ପି ଦିଲ୍ଲିପ କୁମାର ନାମକ ବ୍ୟକ୍ତି ଆମ ଚାନେଲର ଆଉ ପ୍ରତିନିଧି ନାହାନ୍ତି । ଏହି ବ୍ୟକ୍ତି ଯଦି କେଉଁ ଠାରେ କିଛି ଅଘଟଣ ଘଟାଏ ସେଥିପାଇଁ ସଂପୃକ୍ତ ବ୍ୟକ୍ତି ଦାୟୀ ରହିବ । ଜିଟିଭି ଭାରତ ଓଡିଆ ନ୍ୟୁଜ ଚାନେଲ ଉତ୍ତର ଦାୟୀ ରହିବ ନାହିଁ   (02-Sep-2022 12:20:00 PM) | ଆପଣଙ୍କ ଲେଖା ସହ ଗୋଟିଏ ଫୋଟ ପୋଷ୍ଟ କରନ୍ତୁ, ସମ୍ପାଦନା ପରେ ୟୁଟୁଵରେ ପ୍ରକାଶ ପାଇବ, ଭିଓର୍ସ ପ୍ରକାରେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିପାରିବ । ପରିଚାଳନା ସମ୍ପାଦକ   (29-Aug-2022 08:44:00 AM) | ସାମ୍ବାଦିକ ଆବଶ୍ଯକ - ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲ ପାଇଁ ଓଡିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକ ଆବଶ୍ଯକ | ଇଚ୍ଛୁକ ମହିଳା କିମ୍ବା ପୁରୁଷ ବ୍ଯକ୍ତି ଆବେଦନ କରିପାରିବେ - ଯୋଗାଯୋଗା କରନ୍ତୁ - 7978372557-    (26-Jul-2022 12:56:00 PM) | ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ଜିଟିଭି ଭାରତ ଓଡିଆ ନ୍ଯୁଜ ଚାନେଲର ବର୍ତ୍ତମାନ କୌଣସି ପ୍ରତିନିଧି ନାହାନ୍ତି    (03-Jun-2022 06:15:00 AM) |

Previous Next
  • This Site :

  • ରାଜ୍ୟ
  • ଜିଲ୍ଲା
  • ସହରୀ ଏବଂ ଗ୍ରାମୀଣ
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • GTV Bhaarat English
  • जीटीवी भारत हिंदी
  • ଜିଟିଭି ଭାରତ ଓଡିଆ
  • ସମ୍ପାଦକୀୟ
  • ଆର୍ଟିକଲ
  • ସ୍ୱତନ୍ତ୍ର
  • Debate
  • News Anc
  • GK
  • Dance
  • Arithmtcs
  • Song
  • Music
  • Writing
  • Drawing
  • Science Exhibition
  • Poet
  • କମେଡି
  • ଓଲିଉଡ୍
  • ବଲିଉଡ
  • ହୋଲିଉଡ୍
  • ଖେଳ
  • ବିଜ୍ଞାପନ
  • ସ୍ୱାସ୍ଥ୍ୟ
  • ବ୍ୟବସାୟ
  • ସୂଚନା
  • ଆମ ବିଷୟରେ

Copyright © All rights reserved. GTV BHARAT

  • Terms & Condition
  • Privacy Policy
  • Disclaimer
  • Contact
  • VISITOR COUNTER : web counter